କ୍ରିଷ୍ଣା ଫୁଏଲ ପକ୍ଷରୁ ରକ୍ତଦାନ ଶିବିର

କ୍ରିଷ୍ଣା ଫୁଏଲ ପକ୍ଷରୁ ରକ୍ତଦାନ ଶିବିର

କ୍ରିଷ୍ଣା ଫୁଏଲ ପକ୍ଷରୁ ରକ୍ତଦାନ ଶିବିର

କ୍ରିଷ୍ଣା ଫୁଏଲ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର,୨୪ା୭ ପବିତ୍ର ବାହୁଡା ଯାତ୍ରା ଅବସରରେ କ୍ରିଷ୍ଣା ଫୁଏଲ ପକ୍ଷରୁ
ନୟାପଲ୍ଲୀ ସ୍ଥିତ କ୍ରିଷ୍ଣା ଫୁଏଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କ୍ରିଷ୍ଣା ଫୁଏଲର ପ୍ରତିଷ୍ଠାତା ପବିତ୍ର
ରାଉତରାୟ, ସମ୍ମାନିତ ଅତିଥି ଭାବେ ନୟାପଲ୍ଲୀ ଥାନା ଅଧିକାରୀ ମାନସ କୁମାର
ସାହୁ, କର୍ପୋରେଟର ବନ୍ଦିତା ପାଲ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ
ଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ
ଅତିଥି ଶ୍ରୀ ରାଉତରୟ କହିଥିଲେ ରକ୍ତଦାନ ଏକ ପୁଣ୍ୟ କାମ, ଏହା ଦ୍ୱାରା ଜଣକ
ଜୀବନ ମୃତ୍ୟୁ ମୁଖରୁ ଉଦ୍ଧାର ହୋଇ ପାରୁଛି । ସମସ୍ତେ ରକ୍ତଦାନ କରି ଅନ୍ୟର
ଜୀବନ ବଞ୍ଚାଇ ପାରିଲେ ତାହା ହିଁ ହେବ ଶ୍ରେଷ୍ଠ ସେବା । ଏହି ଶିବିରରେ କ୍ରିଷ୍ଣା
ଫୁଏଲର ୧୫ ଜଣ କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ସ୍ୱଚ୍ଛାସେବୀ ଯୁବକମାନେ
ରକ୍ତଦାନ କରିଥିଲେ । ଏଥିରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଲକ୍ଷ୍ମୀନାରାୟଣ
ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଅନ୍ୟମାନେ ସହଯୋଗ
କରିଥିଲେ ।