୧୪ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦଘାଟିତ : Ommtv

KIIT

୧୪ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦଘାଟିତ : Ommtv
୧୪ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦଘାଟିତ : Ommtv
ମୋଟ ପୁରସ୍କାର ରାଶି ୩୨ ଲକ୍ଷ ଟଙ୍କା
ଭାରତ ସମେତ ୨୦ଟି ଦେଶରୁ ୧୨ଶହ ଖେଳାଳି
ଭୁବନେଶ୍ୱର,୧୧ ।୬: ୧୪ତମ କିଟ୍‍ ଆନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଆଜି କିଟ୍‍ ବିଶ୍ୱନାଥନ୍‍ ଆନନ୍ଦ ଆନ୍ତର୍ଜାତୀୟ ଚେସ୍‍ ହଲ୍‍ରେ ଉଦ୍‍ଘାଟିତ ହୋଇଯାଇଛି । ଜୁନ୍‍ ୧୮ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଚତୁର୍ଦ୍ଦଶ କିଟ୍‍ ଆନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଏସୀୟ ଚେସ୍‍ ସଂଘର ଉପସଭାପତି ତଥା ଫିଡେ ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ଭରତ ସିଂ ଚୌହାନ, ଭାରତୀୟ ଚେସ୍‍ ସଂଘର କୋଷାଧ୍ୟକ୍ଷ ନରେଶ ଶର୍ମା, ଭାରତୀୟ ଚେସ୍‍ ସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଓଡ଼ିଶା ଚେସ୍‍ ସଂଘର ସଭାପତି ଜି.ସି.ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ତଥା ଆଇଏମ୍‍ ଶେଖର ଚନ୍ଦ୍ର ସାହୁ ଏବଂ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଉଦ୍‍ଘାଟିତ ହୋଇଯାଇଛି । ଏହି ଚେସ୍‍ ମହୋତ୍ସବରେ ଭାରତ ସମେତ ୨୦ଟି ଦେଶରୁ ୧୨ଶହ ଖେଳାଳି ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୪ଜଣ ଗ୍ରାଣ୍ଡ ମାଷ୍ଟର, ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଟାଇଟଲ୍‍ ହୋଲ୍‍ଡର ରହିଥିବା ବେଳେ ଅଧିକାଂଶ ଜନଜାତି ଚେସ୍‍ ଖେଳାଳି ଅଛନ୍ତି । ଏଥିରେ ମୋଟ ପୁରସ୍କାର ରାଶି ୩୨ ଲକ୍ଷ ଟଙ୍କା ରଖାଯାଇଛି । ସୂଚନାଯୋଗ୍ୟ, ଚତୁର୍ଦ୍ଦଶ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ମହୋତ୍ସବ ଏସିଆର ଶ୍ରେଷ୍ଠ ୪ ଗ୍ରାଣ୍ଡମାଷ୍ଟର ଚେସ୍‍ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଅନ୍ୟତମ । କିଟ୍‍ ଭାରତୀୟ ଚେସ୍‍ ସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୟୁନିଟ୍‍ ଭାବେ ପ୍ରଥମ ଥର ପାଇଁ ଏହି ଚେସ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ୧୪ବର୍ଷ ଧରି କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବକୁ ପ୍ରୋତ୍ସାହିତ କରିଆସୁଛି । ଓଡ଼ିଶା ସରକାର, ଭାରତୀୟ ଚେସ୍‍ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଓଡ଼ିଶା ଚେସ୍‍ ସଂଘ ଓ ଫିଡେର ସହଯୋଗରେ କିଟ୍‍ ଓ କିସ୍‍ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । #Ommtv #Omtv #AchyutaSamanta #Kiituniversity #Kalingacinearts #NBPC